ସ୍ମୃତି
ଅନୁଭୁତି
ନିସଂଗ ପଥ ପରି ନିସଂଗ ରହିଗଲା
ସବୁ ସ୍ମୃତି ତୁମରୀ
ତପ୍ତ ବାଲୁକାରେ ପଡି ଉଭେଇଯିବା
ଜଳ ବିନ୍ଦୁଟି ପରି
ଏହା ନୁହେଂ କି ସେ କ୍ଷଣିକ ଭାବପ୍ରବଣତା
ନଥିଲା ଅମୁଲ୍ୟ
କିନ୍ତୁ ସମୟର
ପରୀକ୍ଷା ଆଗରେ
ତାର କି ମୁଲ୍ୟ
ଯଦି ଭାବେ କାହିଁକି ଅନ୍ଙ୍କୂରିତ ହୋଇଥିଲା
ଜାଣି ଆଗତ
ଅନିଶ୍ଚିତତା
ମାତ୍ର ନିଶ୍ଛଲ ସ୍ନେହ
ଉଶ୍ମା ପାଇଁ
ଜାଣି ସବୁ ପାଇବା ର
ଚେଷ୍ଟା କରିଥିଲି
ନିତାନ୍ତ ସତ କରିବାକୁ
ନୁହେଁ
ଅପ୍ରାପ୍ୟ ର
ପ୍ରାପ୍ତି ର ମିଥ୍ୟା ଆନଂଦ ପାଇଁ
ଆନଂଦ ମିଥ୍ୟା ହେଲେ
ଭି ବାନ୍ଚିତ
କିଛି ସ୍ବପ୍ନ ଓ କିଛି
ସତ ର ମିଶ୍ରଣ
ପରିସ୍ଥିତି କୁ ଆୟତ
କରିବା ଯଦି କର୍ମ
ସମୟାନୁସାରେ ଢଲି
ହେଇଯିବା ଜୀବନ
-
ଆର . ସୁନନ୍ଦା ଛୋଧୁରୀ (ସାହୁ)
(୯୪୩୮୨୯୪୬୨୪)
ଫ୍ଲାଟ
ସଂଖ୍ୟା -୪୦୫ , ମନୋହର ମେନ୍ସନ
ଲିନ୍ଗରାଜ
ନଗର, ନୁଆ ବସ ସ୍ତାଣ୍ଡ
ବ୍ରହ୍ମପୁର
, ଗଂଜାମ, ଓଡିସା
ତୁମ
ପାଇଁ
ଅରଣ୍ୟ
ର ଘଞ୍ଚ ଏକାନ୍ତରେ ଝାରିଯାଉଥିବା
ସୁଗନ୍ଧିତ
ପାରିଜାତ ପରି
ଝରିଯାଏ
ମୋତି ଦୁଇ ନୟନରୁ
ତୁମ
ସ୍ମୃତି ପରାଗ ରେ ଭରି
ମିଳେଇ ଯାଏ ତାର ବାସ୍ନା ଦିଗଵିଲଯ ରେ
ନ ପାଇ ଆଘ୍ରାଣ କରିବାର ଅଧିକାରୀ
ସୁଖି ଯାଏ ହୃଦୟର କୋହ ଗାଲରେ ଢଲି
ଜାଣି ଅପ୍ରାପ୍ୟ ତୁମ ସ୍ପର୍ଶ ଆଶ୍ବସ୍ତକାରୀ
ତଥାପି
ଫୁଟୁଥାଏ ନିତି ସିଏ
ଗ୍ରୀଷ୍ମର
ମଳୟ କୁ ସ୍ନିଗ୍ଧ ଶିତଲତା ଦେଇ
ପ୍ରଜ୍ବଳିତ
ହେଉଥିବ ମୋ ଜୀବନଦୀପ
ତୁମ
ଅସ୍ତିତ୍ବ ର ସଂଧାନ ପାଉଥିବା ଯାଏ
-
ଆର . ସୁନନ୍ଦା ଛୋଧୁରୀ (ସାହୁ)
(୯୪୩୮୨୯୪୬୨୪)
ଫ୍ଲାଟ
ସଂଖ୍ୟା -୪୦୫ , ମନୋହର ମେନ୍ସନ
ଲିନ୍ଗରାଜ
ନଗର, ନୁଆ ବସ ସ୍ତାଣ୍ଡ
ବ୍ରହ୍ମପୁର
, ଗଂଜାମ, ଓଡିସା
ପ୍ରେମ ର ଅର୍ଥ
ମାୟା ର
ମନ୍ଦିର ରେ
ତୁମକୁ ଇଷ୍ଟ ଦେବତା ଭାବି
ଦୀପ
ହୋଇ ଉତ୍ସର୍ଗିତ ହେବାକୁ ଚାହିଁଥିଲି
ଭାବନା ର ସାଗର ର
ତୁମକୁ ଶାନ୍ତ ତଟ ଭାବି
ଲହଡି ହୋଇ ଛୁଈଂ ନେବାକୁ ଚାହିଁଥିଲି
ମୋହ ର
ବାଟିକା ରେ
ତୁମକୁ
ମସ୍ତ ଅଳି ଭାବି
କୁସୁମ
ହୋଇ ଫୁଟି ମହକିବାକୁ ଚାହିଁଥିଲି
ଉନ୍ମାଦ ର ବାଷ୍ପ ରେ
ତୁମକୁ ସ୍ଥିର ପୃଥବୀ ଭାବି
ମେଘ ହୋଇ ବରଷୀ ଯିବାକୁ ଚାହିଁଥିଲି
ଅନିଶ୍ଚିତତା ର
ଅରଣ୍ୟ ରେ
ତୁମକୁ
ସୁଗମ ପଥ ଭାବି
ପଥିକ
ହୋଇ ବାଟ ଚାଲିବାକୁ ଚାହିଁଥିଲି
ଭୟ ର ଅନ୍ଧକାର ରେ
ତୁମକୁ ସ୍ନିଗ୍ଧ ଆଲୁଅ ଭାବି
ଛାଇ ହୋଇ ପାସେ ରହିବାକୁ ଚାହିଁଥିଲି
କଳ୍ପନା
ର ପରିସର ରେ
ତୁମକୁ
ଦିବ୍ୟ ପୁରୁଷୋତ୍ମ ଭାବି
ମାଟି
ହୋଇ ସର୍ବରୁପା ହେବାକୁ ଚାହିଁଥିଲି
ହେଲେ ଏ ସବୁ ମାତ୍ର ନୁହେଁ ପ୍ରେମ
ଏତିକି ନଥିଲି ଭାବି
ପ୍ରେମ ନ ବୁଝି ପ୍ରେମିକା ହେବାକୁ ଚାହିଁଥିଲି
-
ଆର . ସୁନନ୍ଦା ଛୋଧୁରୀ (ସାହୁ)
(୯୪୩୮୨୯୪୬୨୪)
ଫ୍ଲାଟ
ସଂଖ୍ୟା -୪୦୫ , ମନୋହର ମେନ୍ସନ
ଲିନ୍ଗରାଜ
ନଗର, ନୁଆ ବସ ସ୍ତାଣ୍ଡ
ବ୍ରହ୍ମପୁର
, ଗଂଜାମ, ଓଡିସା
ମହାତ୍ମା ଗାନ୍ଧି
ଫେରାଈ
ଆଣିଥିଲେ ଯିଏ ଏ ଦେଶର ସ୍ବାଧିନତା
ମାନୁଥିଲେ
ଗୋଟିଏ ଧର୍ମ ତାହା ଯେ ମାନବତା
ଦୀପ
ପରି ଜଳି ବିଶ୍ବକୁ ଆଲୋକ ସେ ବାନ୍ଟିଥିଲେ
ଆତ୍ମସମ୍ମାନ
ସହ କେତେ ଯେ ସତ୍ୟାଗ୍ରହ କରିଥିଲେ
ଦେଶ ପାଇଁ ଲଢିଥିଲେ ଅହିଂସା ଶିଖା ଧରି
ଶ୍ରଦ୍ଧା କରେ ତାକୁଂ ଅନ୍ତରରେ ପ୍ରାଣ ଭରି
ଇଚ୍ଛା ହୁଏ ଥରେ ସ୍ବପ୍ନେ ତାକୁଂ ଭେଟିବାକୁ
ତାକଂ ହାଥ ଧରି ନ୍ୟାୟ ପଥେ ଚାଲିବାକୁ
ବେଶ
ପୋଷାକ ରୁ କେହି ବଡ଼ ହୋଇ ନାହି
ତାକଂ
ଛବି ଦେଖି ଏହା ସିଖି ଅଛି ମୁହି
ଆଖିରେ
ଥିଲେ ତାକଂର ସଭିଏ ସମାନ
ପ୍ରଣାମ
କରେ ତାକଂ ପାଦେ ମୋ ମନ
ସତ୍ୟ-ଅହିଂସା ଅଟେ ଜାହାଂକର ପରିଚଯ
ସବୁରି ହୃଦୟ କରେ ତାକଂ ଆଗେ ବିନୟ
ଅମୁଲ୍ୟ ରତ୍ନ ଥିଲେ ସେ ଭାରତ ର
ସବୁ କିଛି ତ୍ୟାଗ କରିଥିଲେ ଜୀବନ ର
ନାହି
ଆଉ କେହି ତାକଂ ପରି ମହାତ୍ମା
ଆଦର
କରନ୍ତି ତାକୁଂ ବିଶ୍ବର ସବୁ ଆତ୍ମା
ଅନ୍ୟାୟ
ପଥେ ଚାଲୁଥିଲେ ଯଦି କେହି
ସତ୍ପଥ
ପାଇଯିବେ ତାକୁଂ ମନେ ପକାଇ
ରାମ ରାଜ୍ୟ ର ସ୍ବପ୍ନ ସତ ହୋଇପାରିବ
ସଭିଏ ଯଦି ତାକଂ ଆଦର୍ଶକୁ ମାନିବ
ତାକଂ ଆଦର୍ଶକୁ ଆସ କରିବା ପାଲନ
ଆଗେଇବା କର୍ମ ପଥେ ଢାଲି ମନ ପ୍ରାଣ
-
ଆର . ସୁନନ୍ଦା ଛୋଧୁରୀ (ସାହୁ)
(୯୪୩୮୨୯୪୬୨୪)
ଫ୍ଲାଟ
ସଂଖ୍ୟା -୪୦୫ , ମନୋହର ମେନ୍ସନ
ଲିନ୍ଗରାଜ
ନଗର, ନୁଆ ବସ ସ୍ତାଣ୍ଡ
ବ୍ରହ୍ମପୁର
, ଗଂଜାମ, ଓଡିସା
ଅକୁହା
ପ୍ରଶ୍ନ
କଣ ବା
ଉତ୍ତର ଦେବି
ତୁମ
ଅକୁହା ପ୍ରଶ୍ନ ର
କାହିଁକି
ବାନ୍ଧି ହୋଇଯାଏ
ରୁଢ଼ୀବାଦ
ର ବନ୍ଧନରେ
କାହିଁକି
ଦୁରେଇ ଦିଏ ନିଜକୁ
ପାଉଥିବା
ଖୁଶିକୁ ସହଜ ରେ
କାହିଁକି
କ୍ଲାନ୍ତ ହୋଇ ପଡ଼େ
ଦେଖି
ଜନ୍ହ ର ରଜତ ଜ୍ୟୋତ୍ସନା
କାହିଁକି
ଅନୁଭବ କରିପାରେନା
ନିଜ ଭିତରେ
କିଂଚିତ ମାଧୁର୍ୟ
ଉତ୍ତର
ନାହିଁ ସେ ପ୍ରଶ୍ନ ର ଯାହା
ହୃଦୟ
କୁହେ ଆଖି ବୁଝେ
ଏମିତି
ପ୍ରଶ୍ନ ର କି ଉତ୍ତର ଦେବି
ଯାହା
ଆଖି କୁହେ ହୃଦୟ ବୁଝେ
ହସି
ଥିବା ପ୍ରତି ମୁହୁର୍ତ ପାଇଁ
ସମଯ
ନେଇଯିବ ତାର ମୁଲ୍ୟ
ତଥାପି
ହାଥେ ରହିଯିବ
କିଛି
ଅସୁଝା ଋଣ ଅମୁଲ୍ୟ
-
ଆର . ସୁନନ୍ଦା ଛୋଧୁରୀ (ସାହୁ)
(୯୪୩୮୨୯୪୬୨୪)
ଫ୍ଲାଟ
ସଂଖ୍ୟା -୪୦୫ , ମନୋହର ମେନ୍ସନ
ଲିନ୍ଗରାଜ
ନଗର, ନୁଆ ବସ ସ୍ତାଣ୍ଡ
ବ୍ରହ୍ମପୁର
, ଗଂଜାମ, ଓଡିସା
ଲୁଚକାଳି
ଖେଳରେ ଲୁଚିଯାଉଥିଲା
କେତେ
ମୋ ମନ ର ବିହଲତା
ଦୋଲି
ଝୁଲୁଥିବା ବେଳେ ଉଭୟ
ପ୍ରଥମ
ପ୍ରେମ ର ଚପଲତା
ଚନ୍ଦ୍ରିକା ର ଶୁଭ୍ର ଜ୍ୟୋତ୍ସନା କେବେ
ତୁମ ସାଥେ ଉପଭୋଗ କରିନି
ହେଲେ କେଉଁ ପୁର୍ଣିମା ରେ ତୁମକୁ ନା
ଭାବିଚି
ଏମିତି ଜନ୍ହ ରାତି ମନେ ପଡୁନି
ତୁମ
ବିସ୍ତୃତ ତୃପ୍ତ ଚାହାଣୀ ମଧ୍ୟ
ସମ୍ବଲ
ଦେଲା ନାହିଁ ମୋ ଭାବ ଭଂଗିକୁ
ଚାହିଁ ରହିବି କି ଜୀବନ ସାରା ଏମିତି
ଅପଲକ ପ୍ରତିକ୍ଷାର
ଲହଡି କୁ
କେତେ ଅନୁନୟ , ନିବେଦନ ରହିଗଲା ଦବି
ବିଗତ ଦିନ ର ସ୍ମୃତି ବାଲି ରେ
କେତେ ଥର ଠିଆ ହୋଇ ପଛକୁ ଚାହିଁଲି
କେହି ଭି ନଥିଲେ ଏମିତି ଖାଲି ରେ
-
ଆର . ସୁନନ୍ଦା ଛୋଧୁରୀ (ସାହୁ)
(୯୪୩୮୨୯୪୬୨୪)
ଫ୍ଲାଟ
ସଂଖ୍ୟା -୪୦୫ , ମନୋହର ମେନ୍ସନ
ଲିନ୍ଗରାଜ
ନଗର, ନୁଆ ବସ ସ୍ତାଣ୍ଡ
ବ୍ରହ୍ମପୁର
ଗଂଜାମ, ଓଡିସା
ବଦଲୁଚି ଜୀବ ଜଗତ ର ଚିତ୍ର
ବଦଲୁଚି ପ୍ରକୃତି ର ରୁପ
ବଦଲୁଚି ମାନବ ଜୀବନ ଶୈଳୀ
ଘଟଣା ଘଟୁଛି ସେଇ ଅନୁରୁପ l
କାହିଁ ଗଲା ଗ୍ରୀଷ୍ମ, ବର୍ଷା, ଶରତ
ଶୀତ, ହେମନ୍ତ ଆଉ ବସଂତ
ଅନୁଭବ ହେଇଛି କେବଲ ବୈଶାଖ
ଓ ବର୍ଷା ଲଘୁ ଚାପ ଜନିତ l
ବାଲ୍ୟକାଳ ର କୌତୁକ ସବୁ
ହଜ଼ିଗଲା କମ୍ପୁଟର – ମୋବାଇଲ ଖେଳ ରେ
ପଶୁ-ପକ୍ଷୀ ସହ ବାଗ ବଗିଚା ରେ କି
ବର୍ଷା ଜଳ ରେ ଖେଳୁ ନାହାନ୍ତି ଆଉ ପିଲ୍ଲେ ରେ l
ବସଂତ ରେ ଖେତ – ପଡ଼ିଆ ରେ ସାଧବ ବହୁ
ଦଳ ଆଉ ତ ଝଲସେ ନାହିଁ
କୃତ୍ରିମ ଉପବନ ଅବା ରେସୋର୍ଟ ରେ
ସେ ପ୍ରାକୃତିକ ଆପଣାପନ କାହିଁ l
ଜନ ସହ ବଡ଼ୁଛି ବାହନ ଓ କଂକ୍ରୀଟ ଜଂଗଲ
ପରିବେଶ ତ ହେଉଛି ପ୍ରତିପଲ ବିଷାକ୍ତ
ଖାଧ୍ୟ୍ୟ ରେ ବିଷ, ବାୟୁ,-ଜଳ ରେ ବିଷ
ପକ୍ଷୀ ହେଉଛନ୍ତି ଲୁପ୍ତ, ମନିଷ କ୍ଲାନ୍ତ l
ଭୟ ଲାଗେ କାଲେ ଭୁଲି ନ ଜାଏ
ଆମ ପରପିଢ଼ି ପ୍ରକୃତି ର ସୁନ୍ଦରତା
ସୁନ୍ଦର ପୃଥବୀ, ସୁସ୍ଥ ଜୀବନ ଦେବାକୁ
ଆମର ଅଛି ତାଂକ ପାଇଁ ପ୍ରତିବଦ୍ଧତା l
-
ଆର . ସୁନନ୍ଦା ଛୋଧୁରୀ (ସାହୁ)
(୯୪୩୮୨୯୪୬୨୪)
ଫ୍ଲାଟ
ସଂଖ୍ୟା -୪୦୫ , ମନୋହର ମେନ୍ସନ
ଲିନ୍ଗରାଜ
ନଗର, ନୁଆ ବସ ସ୍ତାଣ୍ଡ
ବ୍ରହ୍ମପୁର ଗଂଜାମ, ଓଡିସା
No comments:
Post a Comment